ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମାର୍ଚ୍ଚ ୨୪ରେ ରିଲିଜ ହେବାକୁ ଯାଉଛି। ସୋମବାର ଫିଲ୍ମର ଟିଜର ରିଲିଜ ହେବା ସହିତ ରିଲିଜ୍‌ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ଟିଜରରେ ତିନି ଅଭିନେତା ତଥା ଅକ୍ଷୟ କୁମାର, ରଣବୀର ସିଂହ, ଅଜୟ ଦେବଗନଙ୍କ ସହିତ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିଛି।

‘ସିଙ୍ଘମ’ ଓ ‘ସିମ୍ବା’ ପରେ ରୋହିତ ସେଟ୍ଟୀଙ୍କ ଏହା ତୃତୀୟ ଫିଲ୍ମ ଯାହା ପୋଲିସ ବିଭାଗକୁ ନେଇ ନିର୍ମାଣ ହୋଇଛି। ଏଥିରେ ଖିଲାଡି କୁମାର ଅକ୍ଷୟ ମୁଖ୍ୟ ଚରିତ୍ରରେ ନଜର ଆସିବେ। ସେହିପରି କ୍ୟାଟ୍ରିନା କୈଫ୍‌ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଏହି ଫିଲ୍ମକୁ ଦର୍ଶକ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫିଲ୍ମକୁ ବକ୍ସ ଅଫିସରେ ସଫଳତା ମିଳିବ ବୋଲି କୁହାଯାଉଛି।

Comment