ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସପରିବାର ଏବେ ଭାରତ ଗସ୍ତରେ ଅଛନ୍ତି। ଆଜି ରାତି ଟ୍ରମ୍ପ ଓ ତାଙ୍କ ପରିବାର ଦିଲ୍ଲୀସ୍ଥିତ ଚାଣକ୍ୟପୁରୀର ଆଟିସି ମୋର୍ଯ୍ୟ ହୋଟେଲରେ କାଟିବେ। ରାଷ୍ଟ୍ରପତିଙ୍କ ରାତ୍ରୀଯାପନ ପାଇଁ ଏହି ହୋଟେଲରେ ବ୍ୟବସ୍ଥା କରାଯାଇଛି।

ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ହୋଟେଲ ମୋର୍ଯ୍ୟର ପ୍ରେସିଡେଣ୍ଟାଲ ସୁଇଟରେ ରହିବେ। ଟ୍ରମ୍ପଙ୍କ ପୂର୍ବରୁ ବେଲ୍‌ କ୍ଲିଣ୍ଟନ, ଜର୍ଜ ଡବଲ୍ୟୁ ବୁସ୍‌,  ବାରାକ ଓବାମା ମଧ୍ୟ ଭାରତ ଗସ୍ତରେ ଏହି ହୋଟେଲରେ ରାତ୍ରୀ ଯାପନ କରିଛନ୍ତି। ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ତାଙ୍କ ସ୍ୱାମୀ ମଧ୍ୟ ଏହିଠାରେ ରହିବେ।

ହୋଟେଲରେ ଟ୍ରମ୍ପଙ୍କ ପାଇଁ କ’ଣ ବ୍ୟବସ୍ଥା?

ହୋଟେଲର ଗ୍ରାଣ୍ଡ ପ୍ରେସିଡେଣ୍ଟାଲ ସୁଇଟ୍ସରେ ଟ୍ରମ୍ପଙ୍କ ପାଇଁ ସ୍ୱତନ୍ତ୍ର ସାଜସଜା କରାଯାଇଛି। ରିସ୍ପେସନ ଏରିଆ, ଲିଭିଙ୍ଗ୍‌ ରୁମ୍‌, ଷ୍ଟଡି ରୁମ୍‌, ପ୍ରାଇଭେଟ୍‌ ଡାଇନିଙ୍ଗ୍‌ ରୁମ୍‌, ମିନି ସ୍ପା, ଓ ଜିମ୍‌ର ସୁବଧା ଉପଲବ୍ଧ ରହିଛି।

ରାତ୍ରୀଭୋଜନରେ କ’ଣ ଖାଇବେ ଟ୍ରମ୍ପ?

ଟ୍ରମ୍ପ ରାତ୍ରୀ ଭୋଜନରେ ଭାରତୀୟ ଖାଦ୍ୟ ଖାଇବେ। ସୂଚନା ଅନୁସାରେ ଟ୍ରମ୍ପ ବୁଖାରା ରେସ୍ତୋରାଁରେ ରାତ୍ରୀ ଭୋଜନ କରିବେ। ସେଥିପାଇଁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନର ବ୍ୟବସ୍ଥା ହୋଇଛି। ଟ୍ରମ୍ପଙ୍କ ଥାଳିରେ ବୁଖାରାର ସ୍ୱତନ୍ତ୍ର ଡାଲ ବୁଖାରା, ତନ୍ଦୁରୀ ଡିଲାଇଟ୍ ରହିବ। ଏହାସହିତ ଟ୍ରମ୍ପଙ୍କ ପ୍ରିୟ ଡାଏଟ କୋକ୍‌, ଚେରି ଭାନିଲା ଆଇସକ୍ରିମ ମଧ୍ୟ ରହିଛି। ଏତିକି ନୁହେଁ ରେସ୍ତୋରାଁରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ସେଫ୍‌ ମଧ୍ୟ ଉପସ୍ଥିତ ରହିବେ। ଯିଏ ଟ୍ରମ୍ପ ଓ ତାଙ୍କ ପରିବାରର ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବେ।

ଆଇଟିସି ମୋର୍ଯ୍ୟ ହୋଟେଲର ଏହି ୪୬୦୦ ସ୍କୋୟାର ଫୁଟର ଗ୍ରାଣ୍ଡ ପ୍ରେସିଡେଣ୍ଟାଲ ସୁଇଟ୍ସରେ ଗୋଟିଏ ରାତି ରହିବାର ଚାର୍ଜ ୮ ଲକ୍ଷ।

Comment