ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ମଧ୍ୟାହ୍ନ ପରେ ପାଗ ଶୁଖିଲା ରହିବ। ଏହାପରେ ରାଜ୍ୟରେ ଘନ କୁହୁଡ଼ି ଦେଖାଦେବ।

ବୁଧବାର ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ୱାସ ସୂଚନା ଦେଇଛନ୍ତି।

ହବିବୁର ରେହମାନ ବିଶ୍ୱାସ କହିଛନ୍ତି ଯେ ୨୭ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବା ସହ ସକାଳୁ କୁହୁଡ଼ି ପଡ଼ିପାରେ। ୨୬ ତାରିଖରେ ଉପକୂଳବର୍ତ୍ତି ଅଞ୍ଚଳ ସମେତ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଏହାସହୁ ୨୭ ତାରିଖରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡିରେ ଘନ କୁହୁଡ଼ି ଲାଗି ରହିବ। ସେହିପରି ୨୮ ତାରିଖରେ କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିରରେ ସକାଳେ ଘନ କୁହୁଡ଼ି ଲାଗି ରହିବ।

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ।

Comment