ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ହାଉସରେ ମୋଦୀଙ୍କ ସହ ବୈଠକ ପରେ ଡୋନାଲ୍ଡ ଟ୍ରମ୍ପ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ଯାଇଛନ୍ତି। ସେଠାରେ ଆଉଥରେ ସାମ୍ବାଦିକ ସମ୍ମିଳନୀ କରି ଭାରତର ପ୍ରଶଂସା କରିଛନ୍ତି ଟ୍ରମ୍ପ।

ସେହିପରି ଚୀନରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ନେଇ ସେ ବୟାନ ଦେଇଛନ୍ତି। କୋରୋନା ମୁକାବିଲାରେ ଚୀନର ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି। କୋରୋନା ମୁକାବିଲା ପାଇଁ ଚୀନର ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ଏଥସହିତ ସବୁ ଦେଶ ମିଶିକି କୋରୋନାର ମୁକାବିଲା କରିବ ବୋଲି ସେ କହିଛନ୍ତି।

ସେହିପରି ଦୂତାବାସରେ ଟ୍ରମ୍ପ ଭାରତୀୟ ସିଇଓଙ୍କ ସହ ମଧ୍ୟ ବୈଠକ କରିଛନ୍ତି। ଆମେରିକାରେ ନିବେଶ ପାଇଁ ଭାରତୀୟ କମ୍ପାନିକୁ ସେ ଅପିଲ କରିଛନ୍ତି। ଶିଳ୍ପପତି ମୁକେଶ ଅମ୍ବାନିଙ୍କୁ ମଧ୍ୟ ସେ ପ୍ରଂଶସା କରିଛନ୍ତି।

Comment