ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ। ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଆଜି ଯୋଗ ଦେବେ ଟ୍ରମ୍ପ।

ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ଆଜିର କାର୍ଯ୍ୟକ୍ରମ…

ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ।

ଦିନ ୧୦ଟା ୩୦ରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେବେ।

ଦିନ ୧୧ଟାରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ।

ଦିନ ୧୨ଟା ୪୦ରେ ମୋଦୀଙ୍କ ସହ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରିବେ। ଏହାପରେ ସେ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ଯିବେ।

ସନ୍ଧ୍ୟା ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ।

ରାତି ୧୦ଟାରେ ଟ୍ରମ୍ପ ଆମେରିକା ଫେରିଯିବେ।

Comment