ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରେ ଘରେ ଚିକେନ୍‌ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଆସନ୍ତୁ ଜାଣିବା ଚିକେନ୍‌ରେ ପ୍ରସ୍ତୁତ ଏକ ନୂଆ ଆଇଟମ୍‌ ଚିକେନ୍‌ ରସା।

ଗ୍ୟାସ୍‌ରେ ଗୋଟେ କଡ଼େଇ ବସାଇବେ। ଏଥିରେ ୪ ଚାମଚ ସୋରିଷ ତେଲ ପକାଇବେ। ଏବେ ଏଥିରେ ଗୋଟୋ ମସଲା ଡାଳଚିନି, ତେଜପତ୍ର, ଲବଙ୍ଗ, ଜାଇତ୍ରୀ ପକାଇବା। ଏବେ ଏଥିରେ ଗୋଟେ ଚାମଚ ଲଙ୍କାଗୁଣ୍ଡା ପକାଇବା। ଏବେ ଏଥିରେ କଟା ପିଆଜ, ଟମାଟୋ ପକାଇ ଘାଣ୍ଟି ଦେବା। ଏବେ ଏଥିରେ ୨ ଚାମଚ ଅଦା ରସୁଣ ପେଷ୍ଟ ମିଶାଇବା। ମସଲା କଷି ହୋଇଗଲା ପରେ ଚିକେନ୍‌ ପକାଇ କଷାଇବା। ଏବେ ହଳଦୀ ଗୋଟେ ଛୋଟ ଚାମଚ ପକାଇ ଗୋଳାଇବା।

ଏବେ ପୁଣି ଏଥିରେ କଟା ପିଆଜ ଫାଳେ, ଜୀରା ଓ ଧନିଆ ଗୁଣ୍ଡ ଗୋଟେ ଚାମଚ ମିଶାଇବା। ଏବେ ଏଥିରେ ଗୋଟେ କପ୍‌ ନଡ଼ିଆ ରସ ଓ ଅଳ୍ପ ପାଣି ପକାଇ ଘୋଡ଼ାଇ ଦେବା। ପାଞ୍ଚ ମିନିଟ୍‌ ପରେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ରସା। ଏହାକୁ ଆପଣ ଗରମ ଗରମ ରୁଟି ଓ ଭାତ ସହ ଖାଇପାରିବେ।

Comment