ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତଗସ୍ତରେ ଆସିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଆଜି ଦିଲ୍ଲୀର ଏକ ସ୍କୁଲ ପରିଦର୍ଶନ କରିଛନ୍ତି। ଦିଲ୍ଲୀ ସରକାର ସ୍କୁଲରେ ଯେଉଁ ହାପିନେସ୍‌ କ୍ଲାସ ଆରମ୍ଭ କରିଛନ୍ତି ତାକୁ ଦେଖିବା ପାଇଁ ମେଲେନିଆ ସ୍କୁଲ ପରିଦର୍ଶନ କରିଛନ୍ତି। ସେ ଦିଲ୍ଲୀ ମୋତିବାଗସ୍ଥିତ ନାନକପୁରା ‘ସର୍ବୋଦୟ ସହ ଶିକ୍ଷା ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟ’ ବୁଲି ଦେଖିଛନ୍ତି। ସ୍କୁଲରେ କୁନି କୁନି ପିଲାଙ୍କ ସହ ସମୟ ବିତାଇବା ସହ ସେମାନଙ୍କ ସହ କଥା ହୋଇଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ସ୍କୁଲରେ ମେଲେନିଆଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀ ମେଲେନିଆଙ୍କ ସ୍ୱାଗତ ପାଇଁ ପାରମ୍ପରିକ ବେଶରେ ସଜେଇ ହୋଇଥିଲେ। ମେଲେନିଆଙ୍କୁ ଟିକା ଲଗାଇ ବନ୍ଦାପନା କରି କୁନି କୁନି ଛାତ୍ରଛାତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ।

ଗୋଟିଏ ପଟେ ହାଇଦ୍ରାବାଦ ହାଉସରେ ମୋଦୀ ଓ ଟ୍ରମ୍ପଙ୍କ ଆଲୋଚନା ଚାଲିଥିଲା ବେଳେ ଅନ୍ୟପଟେ କୁନି କୁନି ପିଲାଙ୍କ ସହ ସମୟ ବିତାଇଛନ୍ତି ମେଲେନିଆ।

Comment