ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ହାଇଦ୍ରାବାଦ ହାଉସରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ। ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାଗତ କରିଛନ୍ତି।

ମୋଦୀ ଓ ଟ୍ରମ୍ପଙ୍କ ଏହି ସାକ୍ଷାତକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ବିଶେଷ କରି ପ୍ରତିରକ୍ଷା ଓ ବାଣିଜ୍ୟ ପ୍ରସଙ୍ଗ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ପରେ ୧୨ ଟା ୪୦ରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ହେବ। ଏଥିରେ ମୋଦୀ ଓ ଟ୍ରମ୍ପ ଦେଶବାସୀଙ୍କ ସୂଚନା ଦେବେ।

ଏହାପୂର୍ବରୁ ଟ୍ରମ୍ପ ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହାପରେ ସେ ରାଜଘାଟ ଯାଇ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Comment