ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନିର୍ମାଣ କରିବେ କରଣ ଜୋହର।

ବଲିଉଡରେ ଦୀର୍ଘଦିନରୁ ବାୟୋପିକର ଟ୍ରେଣ୍ଡ ଚାଲିଛି। ଏବେ ଭାରତୀୟ କ୍ରିକେଟ ଜଗତରେ ଦାଦା ଭାବେ ପରିଚିତ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ପାଇଁ ମଧ୍ୟ ଯୋଜନା ଚାଲିଛି। ଏହି ଯୋଜନା କରୁଛନ୍ତି ବଲିଉଡର ଖ୍ୟାତନାମା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର। ଏଥିରେ ଅଭିନେତା ହ୍ରିତିକ୍ ରୋଶନ୍ ମୁଖ୍ୟ ଭୂମିକାରେ ଅଭିନୟ କରି ପାରନ୍ତି।

କିଛି ଦିନ ତଳେ ସୌରଭ ଗାଙ୍ଗୁଲି ଖୁଲାସା କରିଥିଲେ ଯେ ସେ ତାଙ୍କ ବାୟୋପିକରେ ହ୍ରିତିକ ରୋଶନଙ୍କୁ ହିରୋ ଭାବେ ଦେଖିବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ବାୟୋପିକରେ ହ୍ରିତିକ ଗାଙ୍ଗୁଲିଙ୍କ ଚରିତ୍ର ନିଭାଇ ପାରନ୍ତି।

ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ମ୍ୟାରି କମଙ୍କ ଜୀବନୀ ଉପରେ ଫିଲ୍ମ ହୋଇ ସାରିଛି। ଆଗାମୀ ଦିନରେ ମିତାଲି ରାଜ ଓ କପିଲ ଦେବଙ୍କ ବାୟୋପିକ ଆସିବାକୁ ଯାଉଛି।

Comment