ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବାନୀପଟଣା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ମିଳିଲା ଜାମିନ। ଅନାମଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ। ଏହାସହ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅନାମଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଗତ ଜାନୁଆରି ୧୭ରେ ଅନାମଙ୍କ ଘରେ ଭିଜିଲାନ୍ସର ୩ଟି ଟିମ୍‌ ଚଢ଼ାଉ କରିଥିଲା। ଅନାମଙ୍କ ବାସଭବନ ସମେତ ବିଦେଶୀ ମଦ ଦୋକାନରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୩ କୋଟି ୪୨ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରାଯାଇଥିଲା। ଏହି ସମ୍ପତ୍ତି ଯାଞ୍ଚ ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଅନାମ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ରେ ଅନାମଙ୍କୁ ଟିକେଟ ଦେଇ ନଥିଲା ବିଜେଡି।

Comment