ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମ କେରେଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ଗଛରେ ଆତ୍ମହତ୍ୟା କରିବାର ଗୋଟିଏ ମାସ ପରେ ପୋଲିସ ତା’ର ଶବକୁ ଜବତ କରିଛି।

କେରେଡ଼ା ଗ୍ରାମ ନିକଟରେ ଥିବା ଶ୍ମଶାନରେ ଜଣେ ଯୁବକ ନିଜ ସାର୍ଟ ସାହାଯ୍ୟରେ ସାହାଡ଼ା ଗଛରେ ଆତ୍ମହତ୍ୟା କରିଥିଲେ। ଦୀର୍ଘ ଗୋଟିଏ ମାସ ଧରି ସେ ସେହି ଗଛରେ ସେପରି ଓହଳି ରହିଥିଲେ। ତାଙ୍କର ମରଶରୀରକୁ ଗ୍ରାମର କୌଣସି ଲୋକ ଏପର୍ଯ୍ୟନ୍ତ ଦେଖିପାରିନଥିଲେ। ଗୁରୁବାର ଗ୍ରାମରକ୍ଷୀ ରାବଣା ଜିଲାକାର ଏହାକୁ ଦେଖି ସ୍ଥାନୀୟ ସେସଖାଲ୍ ଥାନାରେ ଖବର ଦେଇଥିଲେ।

ଖବର ପାଇ ସେସଖାଲ ଥାନା ଆଇଆଇସି ବିଜୟାଲକ୍ଷ୍ମୀ ହକକା, ମାଜିଷ୍ଟ୍ରେଟ୍ ନିର୍ମଳ ଚନ୍ଦ୍ର ସାହୁ, ଏଏସ୍ଆଇ ଏସ୍ଏନ୍ ପ୍ରଧାନଙ୍କ ସହ ଚାରି ଜଣିଆ ଫରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ପୋଲିସ୍ ଶବକୁ ଉଦ୍ଧାର କରି ଫରେନ୍ସିକ୍ ଟେଷ୍ଟ ପାଇଁ ବ୍ରହ୍ମପୁରକୁ ପଠାଇଦେଇଛି।

ତେବେ ଏହି ଶବ କାହାର ଏବଂ ସେ କଣ ପାଇଁ ଆତ୍ମହତ୍ୟା କଲା ସେ ନେଇ ପୋଲିସକୁ କୌଣସି ସୂଚନା ମିଳିପାରିନାହିଁ।

Comment