ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକାଠି ଭୋଜନ କରିଛନ୍ତି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏଥିରେ ଉପସ୍ଥିତ ରହିଥିଲେ।

ମଧ୍ୟାହ୍ନ ଭୋଜନରେ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟ ରହିଥିଲା। ଭାତ, ଡାଲି, ରୁଟି, ବାଇଗଣ ଭଜା, ଆଳୁ ମଟର ମସଲା, ମାଛ ବେସର, ପାଂପଡ଼, ଦହି ରାଇତା, ଟମାଟୋ ଚଟଣି, ଗୁଚି ପନିର, ବୁନ୍ଦି ରାଇତା, ବାଇଗଣ ଭଜା, ଛେନାପୋଡ଼ ଏବଂ ରସମଲାଇ ଖାଇବାକୁ ଦିଆଯିବ।  ପ୍ରାୟ ୫୦ ପ୍ରକାରର ବ୍ୟଞ୍ଜନ ଅତିଥିମାନଙ୍କୁ ଦିଆଯାଇଛି।

ସେହିପରି ଆମିଷରେ ଚିକେନ, ମଟନ, ଚିଙ୍ଗୁଡ଼ି ରହିଛି। ରସଗୋଲା, ଚାଉଳ ଖିରି ବି ଅତିଥିଙ୍କୁ ଖାଇବାକୁ ଦିଆଯାଇଛି।

Comment