ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନ ଆସୋସିଏଟ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ ITI ଟେକ୍ନିସିଆନ୍, ITI ଓ୍ଵେୟାରମ୍ୟାନ୍ ଏବଂ ITI ଇନ୍ଷ୍ଟ୍ରୁମେଣ୍ଟେସନ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୭ ଦିନ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ।
ଏହି ନିଯୁକ୍ତି ଝାରସୁଗୁଡ଼ା ଓ କୋର୍ବା (ଛତିଶଗଡ଼) ର ଆଲୁମିନିୟମ୍ ପ୍ଲାଣ୍ଟର କାଷ୍ଟ ହାଉସ୍ ଏବଂ ବିଓପି (ପାଓ୍ଵାର ପ୍ଲାଣ୍ଟ) ରେ ଦିଆଯିବ।
ପଦବୀ ଓ ଯୋଗ୍ୟତା:
ଆଇଟିଆଇ ଫିଟର୍/ଟେକ୍ନିସିଆନ୍– ମେକାନିକାଲ୍ ମେଣ୍ଟେନାନ୍ସ ସର୍ଭିସେସ୍ (ଡ୍ରାଫ୍ଟ ଫ୍ୟାନ୍, ଫ୍ଲୁଇଡାଇଜେସନ୍ ବ୍ଲୋୟର୍ସ୍, ଫ୍ଲୁଇଡାଇଜେସନ୍ ଫ୍ୟାନ୍ସ, ପମ୍ପ୍, କୁଲିଂ ଟାଓ୍ଵାର୍, ହାଇଡ୍ରୋଲିକ୍ସ ଆଦି ଯନ୍ତ୍ରପାତି ରୋଟେଟିଂରେ) ରେ ଅତିକମ୍ରେ ୩ରୁ ୧୦ ବର୍,ର ଅଭିଜ୍ଞତା ଥିବା ଆବଶ୍ୟକ।
ଆଇଟିଆଇ ଓ୍ଵେୟାରମ୍ୟାନ୍– ଏଲ୍ଟି ମଟର, ଇଲେକ୍ଟ୍ରିକାଲ ପାନେଲ୍, ଇଓଟି ହୋଷ୍ଟ ଆଦିର ମେଣ୍ଟେନାନ୍ସ ସର୍ଭିସ୍ରେ ୩ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ଆଇଟିଆଇ ଇନ୍ଷ୍ଟ୍ରୁମେଣ୍ଟେସନ୍– ଫିଲ୍ଡ ଇନ୍ଷ୍ଟ୍ରୁମେଣ୍ଟେସନ୍ର ମେଣ୍ଟେନାନ୍ସ ସର୍ଭିସ୍ରେ ୩ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ଆବେଦନ ପ୍ରକ୍ରିୟା:
ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ bishnu_2011@rediffmail.com କିମ୍ବା somya.ray@papl.tech କୁ ପଠାଇଦେବାକୁ କୁହାଯାଇଛି। ଏହି ବିଜ୍ଞପ୍ତି ଫେବ୍ରୁଆରି ୨୮ ତାରିଖରେ ପ୍ରକାଶ ପାଇଥିଲା।


















