ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଲିଙ୍ଗରାଜଙ୍କ ଦର୍ଶନ କରିବା ସହିତ ପାର୍ଶ୍ୱ ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିବେ।  ଶାହଙ୍କ ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଶାହ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାହଙ୍କ ପୂର୍ଜା ଅର୍ଚ୍ଚନାରେ ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରହିଛନ୍ତି। ଲିଙ୍ଗରାଜରେ ଦର୍ଶନ ପରେ ଶାହ ଦିଲ୍ଲୀ ଫେରିଯିବେ।

ସକାଳେ ଶାହ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ମନ୍ଦିରରେ ଦୀପ ଜଳାଇ ଶାହ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ। ଶାହ ସବୁ ଦେବାଦେବୀଙ୍କୁ ଦର୍ଶନ କରିଥିଲେ।

୨୮ ତାରିଖରେ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ୨୮ରେ ଲୋକସେବା ଭବନରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଥିଲେ। ଏହାପରେ ଜନତା ମଇଦାନରେ ଶାହ ସିଏଏ ସପକ୍ଷ ବୈଠକରେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ସନ୍ଧ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି  ଆଲୋଚନା କରିଥିଲେ।

Comment