ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆଁରେ ଜଳିଗଲା ଝିଅ ବାହାଘର ପାଇଁ ରଖଯାଇଥିବା ଜିନିଷପତ୍ର, ୧୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଶୁକ୍ରବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଉଁଶକଣ ଗାଁ ମାଟିଆସାହିରେ।

ହଠାତ୍‌ ନିଆଁ ଭୟଙ୍କର ରୂପ ନେଇଥିବାରୁ ପରିବାର ଲୋକେ ଘରୁ କୌଣସି ଜିନିଷ ବାହାର କରିପାରିନଥିଲେ। ଫଳରେ ଘରର ସମସ୍ତ ଆସବାବ ପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଏଥିରେ ୩ଟି ପରିବାରର ବ୍ୟାପକ କ୍ଷୟକ୍ଷତି ଘଟିଛି। ସୂଚନା ଅନୁସାରେ ଯେଉଁ ୩ ପରିବାରଙ୍କ ଘର ପୋଡ଼ି ଯାଇଛି ସେହି ପରିବାର ଭିତରୁ ଜଣଙ୍କର ଝିଅ ବାହାଘର ହେବାର ଥିଲା। ସେଥିପାଇଁ ପରିବାର ଲୋକ ସବୁ ଜିନିଷ ପତ୍ର ରଖିଥିଲେ, ହେଲେ ଏହି ଅଗ୍ନିକାଣ୍ଡରେ ସବୁ ଜଳି ଧ୍ୱଂସ ଯାଇଛି। ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାପା, ମା’।

ଖବର ପାଇବା ପରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ବ୍ୟାପକ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।

Comment