ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ଟାଇଗର ଶ୍ରଫ୍‌ ଫିଲ୍ମ ‘ହିରୋପନ୍ତି’ରୁ ବଲିଉଡ ଡେବ୍ୟୁ କରିଥିଲେ। ୨୦୧୪ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ କୃତି ସନନ। ଏବେ ଟାଇଗର ଏହାର ସିକ୍ୱେଲ ଫିଲ୍ମ ‘ହିରୋପନ୍ତି ୨’ରେ ବି ନଜର ଆସିବେ। ଟାଇଗର ଫିଲ୍ମର ପ୍ରଥମ ପୋଷ୍ଟର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଏହି ସୂଚନା ଦେଇଛନ୍ତି।

ଏହି ଫିଲ୍ମରେ ଟାଇଗର ଜବରଦସ୍ତ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ଟାଇଗରଙ୍କ ବିପକ୍ଷରେ କିଏ ନାୟିକା ସାଜିବେ ତାହା ବର୍ତ୍ତମାନ ଜଣାପଡ଼ିନି।

ଫିଲ୍ମର ନିର୍ଦ୍ଦେଶନା ଦେବେ ଅହମ୍ମନ ଖାନ। ସେହିପରି ଏହି ଫିଲ୍ମର ପ୍ରଯୋଜନାରେ ଦାୟିତ୍ୱରେ ରହିବେ ସାଜିଦ ନାଡିଓ୍ୱାଡଓ୍ୱାଲା। ୨୦୨୧ ଜୁଲାଇ ୧୬ରେ ଫିଲ୍ମକୁ ରିଲିଜ କରିବାକୁ ଯୋଜନା କରାଯାଉଛି।

ଏହାପୂର୍ବରୁ ଅହମ୍ମନ ଖାନ ଟାଇଗର ଫିଲ୍ମ ବାଗି ୩ରେ ଏକାଠି କାମ କରିସାରିଛନ୍ତି। ଶ୍ରଦ୍ଧା କପୁର, ଅଙ୍କିତା ଲୋଖଣ୍ଡେ, ରିତେଶ ଦେଶମୁଖ ଏଥିରେ ଅଭିନୟ କରିଛନ୍ତି। ଫିଲ୍ମ ମାର୍ଚ୍ଚ ୬ରେ ରିଲିଜ ହେବାକୁ ଯାଉଛି।

Comment