ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଶିକ୍ଷା ବିକାଶ ସମିତି ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ ବିଜ୍ଞାନ)ଗୁଡ଼ିକର ବିଭିନ୍ନ ବିଭାଗରେ ଅଧ୍ୟାପକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିପାରିବେ।

ପଦବୀ– ଅଧ୍ୟାପକ (ଉଭୟ ପୁରୁଷ ଏବଂ ମହିଳା)

ବିଷୟ– ଓଡ଼ିଆ, ସଂସ୍କୃତ, ଇଂରାଜୀ, ଫିଜିକ୍ସ, କେମେଷ୍ଟ୍ରୀ, ମ୍ୟାଥେମେଟିକ୍ସ, ବଟାନୀ, ଜୁଲୋଜୀ, ଆଇଟି

ଶିକ୍ଷାଗତ ଯୋଗ୍ୟତା– ନିଜ ବିଷୟରେ ୫୫% ସହ ସ୍ନାତକୋତ୍ତର କିମ୍ବା ଉଚ୍ଚତର ଡିଗ୍ରୀ ହାସଲ କରିଥିବେ। ବି.ଏଡ୍‌/ଏମ୍‌.ଏଡ୍‌/ଏମ୍‌.ଫିଲ୍‌/ପିଏଚ୍‌.ଡି ଡିଗ୍ରୀ ଥିବା କିମ୍ବା ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ।

ବୟସ ସୀମା– ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୪୦ ବର୍ଷରୁ କମ୍‌ ବୟସ୍କ

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପହଞ୍ଚାଇବାକୁ ଫେବ୍ରୁଆରି ୨୮ରେ ପ୍ରକାଶ ପାଇଥିବା ବିଜ୍ଞାପନରେ କୁହାଯାଇଛି। ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଠିକଣା– ସେକ୍ରେଟାରୀ, ଶିକ୍ଷା ବିକାଶ ସମିତି, ଓଡ଼ିଶା, ଇ-୫୯, ସେକ୍‌ସନ୍‌- ଏ, ଜୋନ୍‌- ଏ, ମଞ୍ଚେଶ୍ଵର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌, ଭୁବନେଶ୍ଵର-୧୦

କେଉଁ ଡକ୍ୟୁମେଣ୍ଟସ୍‌ ପଠାଇବେ–

  • ନିଜର ବାୟୋଡାଟା ଲିଖିତ ପେପର୍‌
  • ଶିକ୍ଷାଗତ ସାର୍ଟିଫିକେଟ୍‌ ଏବଂ ମାର୍କସିଟ୍‌ର କପି
  • ଦୁଇଟି ପାସ୍‌ପୋର୍ଟ ସାଇଜ୍‌ ଫଟୋଗ୍ରାଫ୍‌
  • ଭୁବନେଶ୍ଵର ଶିକ୍ଷା ବିକାଶ ସମିତି ଜରିଆରେ କରିଥିବା ୧୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ

LEAVE A REPLY

Please enter your comment!
Please enter your name here