ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆମ୍ଵ ତୋଟାରୁ ଉଦ୍ଧାର ହେଲା ଯୁବକଙ୍କର ଝୁଲନ୍ତା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ଗ୍ରାମ ଆମ୍ବତୋଟାରେ। ଯୁବକ ଜଣକ ହେଉଛନ୍ତି ପେଡ଼ାଗଡ଼ି ଗ୍ରାମର ବ୍ରଜକିଶୋର ବିନ୍ଧାଣୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ରବିବାର ସକାଳେ ସ୍ଥାନୀୟ ଲୋକ ଏକ ଯୁବକର ଝୁଲନ୍ତା ଶବ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବ୍ରଜକିଶୋର ବିନ୍ଧାଣୀଙ୍କ ମୃତଦେହ ତାଙ୍କ ଘରଠାରୁ ମାତ୍ର ଶହେ ମିଟର ଦୂରରେ ମିଳିଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି।

Comment