ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ଲୋକସେବା ଭବନରେ ସନ୍ଧ୍ୟା ସାଢ଼େ ୫ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ଅନେକ ସଂଶୋଧନ ହେବା ନେଇ ଏହି ବୈଠକରେ ଆଲୋଚନା ହୋଇପାରେ। ଏଥିସହିତ ପଞ୍ଚାୟତିରାଜ ବିଭାଗକୁ ଅନେକ ଗୁରୁ ଦାୟିତ୍ୱ ମିଳିବା ନେଇ ସୂଚନା ମିଳିଛି। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ଗ୍ରାମାଞ୍ଚଳର ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ରକ୍ଷଣାବେକ୍ଷଣାର ଦାୟିତ୍ୱ ମିଳିବା ନେଇ ଏଥିରେ ନିଷ୍ପତ୍ତି ନିଆଯିବ।

ସେହିପରି ସବଡିଭିଜନ୍ ହସ୍ପିଟାଲ ଓ ମୁଖ୍ୟ ଚିକିତ୍ସାଳୟମାନଙ୍କର ରକ୍ଷଣାବେକ୍ଷଣା ମଧ୍ୟ ଏଣିକି ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ କରିବା ନେଇ ଆଲୋଚନା କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପ୍ରାଣୀ ଓ ଶିଶୁ ବିକାଶ ବିଭାଗଗୁଡ଼ିକ ପଞ୍ଚାୟତିରାଜ ବିଭାଗକୁ ସେମାନଙ୍କର କେତେକ କ୍ଷମତା ହସ୍ତାନ୍ତର କରିବେ।

Comment