ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୋମବାର ପୁଣି ଶୁଣାଣି କରିବେ ସୁପ୍ରିମକୋର୍ଟ। ଦୋଷୀ ପବନ ଗୁପ୍ତା କରିଥିବା କ୍ୟୁରେଟିଭ୍‌ ପିଟିସନର ଉପରେ କୋର୍ଟ ଶୁଣାଣି କରିବେ। ଗତ ଶନିବାର ଦୋଷୀ ପବନ ଫାଶୀ ଦଣ୍ଡାଦେଶକୁ ଆଜୀବନ ଜେଲଦଣ୍ଡରେ ବଦଳାଇବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା।

ସେହିପରି ଦୋଷୀ ଅକ୍ଷୟ କରିଥିବା ରାଜକ୍ଷମା ଆବେଦନର ମଧ୍ୟ ଆଜି ଶୁଣାଣି ହେବ। ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି। ମାତ୍ର ପୂର୍ବ ଆବେଦନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବା ଦର୍ଶାଇ ଅକ୍ଷୟ ପୁଣି ରାଜକ୍ଷମା ଆବେଦନ କରିଛି। କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଏହାଛଡ଼ା ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ୪ ଦୋଷୀଙ୍କ ମାନସିକ ସ୍ଥିତି ଠିକ୍‌ ଅଛି ନା ନାହିଁ ଯାଞ୍ଚ୍‌ କରିବା ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି କରିବେ।

ମାର୍ଚ୍ଚ ୩ରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ଡେଥ୍ ୱାରେଣ୍ଟ ଜାରି ହୋଇଛି।

Comment