ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ରାଜ୍ୟରେ କୋହଲା ପାଗ ଓ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି।

ମୟୂରଭଞ୍ଜ,  କେନ୍ଦୁଝର, ବାଲେଶ୍ୱର,  ଭଦ୍ରକ ଓ ଗଜପତିରେ ଆଜି ବର୍ଷା ହୋଇପାରେ। ବୁଧବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼ରେ ହାଲୁକା ବର୍ଷା ହେବ।

ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କନ୍ଧମାଳ, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ଖୋର୍ଦ୍ଧାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ସେହିପରି ଶନିବାର କନ୍ଧମାଳ, ନୟଗଡ଼ା, ଖୋର୍ଦ୍ଧା, କଟକ ଯାଜପୁର, ଭଦ୍ରକ ବାଲେଶ୍ୱରରେ ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ବର୍ଷା ହେବାର ସମ୍ଭାବନା ରହିଛି।

Comment