ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ମଧୁସୂଦନ ଆଇନ୍ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କଲେ ରାଜ୍ୟ ସରକାର। ବୁଧବାର ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ଜୁନ ମାସ ୧ ତାରିଖରୁ ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟ ଏଣିକି ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ। କେବଳ ରାଜ୍ୟର ସମସ୍ତ ସ୍ୱୟଂଶାସିତ ଆଇନ୍ ମହାବିଦ୍ୟାଳୟ ଏହାର ଅନ୍ତର୍ଭୁକ୍ତ ହେବେନି।

LEAVE A REPLY

Please enter your comment!
Please enter your name here