ଓଡ଼ିଶାଲାଇଭ୍ ବ୍ୟୁରୋ

ଜାରି ରହିଥିବା ଅସହ୍ୟ ଗରମ ଯୋଗୁଁ ଆସନ୍ତା ଏପ୍ରିଲ ୨୭ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କଲେଜରେ ପାଠପଢ଼ା ବନ୍ଦ ରହିବ। ରାଜ୍ୟର ସମସ୍ତ ୟୁଜି ଏବଂ ପିଜ କ୍ଲାସରୁମରେ ପାଠପଢ଼ା ହେବ ନାହିଁ। ଗ୍ରୀଷ୍ମ ପ୍ରବାହ କାରଣରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ପାଠପଢ଼ା ବନ୍ଦ ରହିଲେ ମଧ୍ୟ ପରୀକ୍ଷା, ମୂଲ୍ୟାୟନ ଅନ୍ୟ ପ୍ରଶାସନିକ କାମ ଜାରି ରହିବ। ଆଗକୁ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।

ରାଜ୍ୟର ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ ଏପ୍ରିଲ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ବନ୍ଦ କରିବାକୁ ଗତ ୨୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ସରକାର ଘୋଷଣା କରିଥିଲେ।

Tags: #OdishaCollege #College #ClassRoom #Study #Student #HeatWave

Comment