ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ କୁମାର ପଟ୍ଟନାୟକ): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏଣିକି ରାତିରେ ସଫା ହେଉଛି ରାସ୍ତାଘାଟ। ସକାଳ ପହରେ ଲୋକେ ବାହାରକୁ ବାହାରିବା ବେଳେ ଯେଭଳି ପରିଷ୍କାର ପରିଚ୍ଛନ୍ନ ପରିବେଶ ରହିବ ସେଥିପାଇଁ ବ୍ରହ୍ମପୁର ମହାନଗର ନିଗମ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ସଫେଇ କର୍ମଚାରୀମାନେ ରାତି ୯ଟା ୩୦ରୁ ୧୨ଟା ପର୍ଯନ୍ତ ରାସ୍ତା ସଫା କରୁଛନ୍ତି। ଦିନବେଳା ରାସ୍ତା ସଫା କଲାବେଳେ ଲୋକ ଗହଳି ରହୁଥିଲା। ଝାଡୁ କରିବାରେ ଅସୁବିଧା ହେଉଥିଲା। ହେଲେ ରାତିରେ ସଫେଇ ହେବାରୁ ସୁବିଧା ହେଲା ବୋଲି ସଫେଇ କର୍ମଚାରୀ ସୁନିତା ନାୟକ ଓ ଅନ୍ୟମାନେ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ଅଳିଆ ସଂଗ୍ରହ ଗାଡ଼ି ପୂର୍ବଭଳି ସକାଳ ବେଳରେ ଅଳିଆ ସଂଗ୍ରହ କରୁଛି। ସକାଳେ ଚଲାବୁଲା କରୁଥିବା ଲୋକମାନେ ମଧ୍ୟ ସକାଳ ପରିବେଶ ଧୂଳି ମୁକ୍ତ ହେଉଥିବାରୁ ଖୁସି ପ୍ରକଟ କରିଛନ୍ତି।

ଏନେଇ ବ୍ରହ୍ମପୁର ମହାନଗର ନିଗମ କମିସନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଯେ ରାତିରେ ଦୋକାନ ବଜାର ବନ୍ଦ ହେବାପରେ ରାସ୍ତାଘାଟ ଓ ବଜାର ଅଞ୍ଚଳ ସଫା ହେଉଥିବାରୁ ପରିବେଶ ପରିଷ୍କାର ରହୁଛି। ଏହି ପଦକ୍ଷେପକୁ ସାଧାରଣରେ ମଧ୍ୟ ସ୍ୱାଗତ କରାଯାଉଛି।

Comment