ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୪ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କରୁ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଗଣଦୌଡ଼ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲା।

ଗୁରୁବାର ସକାଳ ୭ଟାରୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ବିଶାଳ ଦେବ ପତାକା ଉଡ଼ାଇ ଏହି ମିନି ମାରାଥନର ଶୁଭାରମ୍ଭ କରିଥିଲେ।

ଗଣଦୌଡ଼ ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

ମିନି ମାରାଥନରେ ୩୫୦୦ ଲୋକ ଅଂଶ ଗ୍ରହଣ କରିଥିଲେ। ଏହି ମାରାଥନ ୩ଟି ବର୍ଗରେ ଆୟୋଜନ କରାଯାଇଥିଲା। ପ୍ରଥମ ବର୍ଗ ୧୫ରୁ ୧୮ ବର୍ଷ (ଉଭୟ ବାଳକ ଓ ବାଳିକା),୧୮ବର୍ଷରୁ ଅଧିକ (ମହିଳା ଓ ପୁରୁଷ)ଏବଂ ଭେଟେରାନ (୫୦ରୁ ବର୍ଷରୁ ଅଧିକ)।

Comment