ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିବା କୋରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ ନେଗେଟିଭ ଆସିଛି। ପୁନେ ପଠାଯାଇଥିବା ଦମ୍ପତିଙ୍କ ରକ୍ତ ଓ ସ୍ଵାବ ଟେଷ୍ଟ ନେଗେଟିଭ ବୋଲି ସ୍ପଷ୍ଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।

କିଛି ଦିନ ତଳେ ସିଙ୍ଗାପୁରରୁ ଏକ ଜାହଜ ପାରାଦୀପ ବନ୍ଦରରେ ଲାଗିଥିଲା। ଏଥିରେ ଥିବା ଭାରତୀୟ ଦମ୍ପତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରି ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ କୋରୋନା ଭାଇରସରେ ଭାରତରେ ପ୍ରବେଶ କରି ସାରିଛି। ଭାରତରେ ୩୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହି ଭାଇରସ୍‌ ଯୋଗୁଁ ସାରା ଦେଶରେ କୋକୁଆ ଭୟ ଦେଖାଯାଇଛି। ଚୀନରେ ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

Comment