ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ଧଡ଼କରୁ ବଲିଉଡରେ ଡେବ୍ୟୁ କରିଥିବା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଆଜି ୨୩ ବର୍ଷ ବୟସରେ ପାଦ ଥାପିଛନ୍ତି। ଜାହ୍ନବୀ ୧୯୯୭ରେ ମାର୍ଚ୍ଚ ୬ରେ ଜନ୍ମ ହୋଇଥିଲେ। ଏହି ଅବସରରେ ବଲିଉଡର ବହୁ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପ୍ରଶଂସକମାନେ ବି ଶୁଭକାମନା ଜଣାଇଛନ୍ତି।

ଜନ୍ମଦିନରେ ଆସନ୍ତୁ ଜାଣିବା ଜାହ୍ନବୀଙ୍କ ଫିଟନେସ ମନ୍ତ୍ରୀ…

ଜାନଭୀ କପୁର ତାଙ୍କ ଫିଟନେସର ବିଶେଷ ଯତ୍ନ ନିଅନ୍ତି। ସେ ଜିମ୍ ଯିବାକୁ କେବେବି ଭୁଲନ୍ତିନି। ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମୟରେ ଦେଖିବାକୁ ମିଳେ। ନିକଟରେ ତାଙ୍କ ହାତରେ ଆଘାତ ସତ୍ତ୍ୱେ ସେ ଜିମ୍ ଯାଉଥିବା ଦେଖିବାକୁ ମିଳିଥିଲା। ତାଙ୍କର ଫିଟନେସ୍ ତାଙ୍କୁ ଫିଲ୍ମ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରେ।

ଜାହ୍ନବୀ ତାଙ୍କ ଖାଦ୍ୟରେ ତାଜା ଫଳ ଏବଂ ପନିପରିବା ପରି ଅନେକ ସୁସ୍ଥ ଖାଦ୍ୟ ସାମିଲ କରନ୍ତି। ସକାଳ ଏକ ଗ୍ଲାସ ପାଣି ପିଅନ୍ତି। ଜଙ୍କ ଫୁଡ୍ଠାରୁ ଦୂରେଇ ରହନ୍ତି ଜାହ୍ନବୀ।

ଯଦି ଜାହ୍ନବୀଙ୍କ କାମ କଥା କୁହାଯାଏ ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ‘ଗୁଞ୍ଜନ ସାକ୍ସେନା’, ‘ରୋହି ଆଫଜାନା’ ଏବଂ ‘ଦୋସ୍ତାନା ୨’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

Comment