ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ମକ୍ଷେତ୍ରରେ କୋରୋନା ଭାଇରସ୍‌ଠାରୁ ଦୂରେଇ ରହିବା ପାଇଁ ସଚେତନ ରହିବା ଜରୁରୀ। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନ ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଫିସ୍‌ରେ କାମ କରୁଥିବା ଲୋକମାନେ କୋରୋନା ଭାଇରସ୍‌କୁ ନେଇ ସଚେତନ ରହିବା ନିହାତି ଜରୁରୀ। ଅଫିସ୍‌ରେ ଏକାଧିକ ବ୍ୟକ୍ତି କାମ କରୁଥିବା ବେଳେ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ କାର୍ଯ୍ୟସ୍ଥଳୀରେ ପ୍ରତିଷେଧକ ଉପାୟ ଅବଲମ୍ଵନର ବିଶେଷ ଆବଶ୍ୟକତା ରହିଛି। ଏନେଇ ସଚେତନ ରହିବାକୁ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋରୋନାରୁ ବଞ୍ଚିବାକୁ ଏହି ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

  • ଆପଣଙ୍କ କାର୍ଯ୍ୟାଳୟକୁ ପରିଷ୍କାର ଓ ସ୍ଵଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବହାର କରୁଥିବା ଟେବୁଲ, କମ୍ପ୍ୟୁଟର, ଫୋନ ଓ ଅନ୍ୟାନ୍ୟ ଉପକରଣକୁ ସାନିଟାଇଜର ଦ୍ଵାରା ନିୟମିତ ପୋଛନ୍ତୁ।
  • ନିୟମିତ ହାତକୁ ସାବୁନରେ ଭଲ ଭାବରେ ଧୋଇବା ସହ ଅନ୍ୟ କର୍ମଚାରୀଙ୍କୁ ହାତ ଧୋଇବାକୁ ପ୍ରୋତ୍ସାହିତ କରନ୍ତୁ।
  • ହାତ ଧୋଇବା କୌଶଳ ସମ୍ପର୍କରେ ପୋଷ୍ଟ ଲଗାନ୍ତୁ।
  • ହାତରେ ମୁହଁକୁ ବାରମ୍ଵାର ସ୍ପର୍ଶ କରନ୍ତୁ ନାହିଁ।
  • ଅଫିସରେ କାଶ, ଛିଙ୍କ, ଦ୍ଵାରା ହେଉଥିବା ସଂକ୍ରମଣ ପ୍ରତିରୋଧ କରିବା ପାଇଁ ଟିସୁ ପେପର ବ୍ୟବହାର କରନ୍ତୁ।
  • ବ୍ୟବହୃତ ଟିସୁ ପେପରକୁ ତୁରନ୍ତ ଢାଙ୍କୁଣି ଥିବା ଡଷ୍ଟବିନ୍‌ରେ ପକାଇବା ପାଇଁ ପରାମର୍ଶ ଦିଅନ୍ତୁ।
  • ସାମାନ୍ୟ ଜ୍ଵର, କାଶ ଲକ୍ଷଣ ଦେଖାଯାଉଥିଲେ କର୍ମଚାରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଅନ୍ତୁ।
  • କରମର୍ଦ୍ଦନ ବା ଆଲିଙ୍ଗନ କରନ୍ତୁ ନାହିଁ।
  • ଅଫିସ୍‌ରେ ସଭାସମିତି କରନ୍ତୁ ନାହିଁ।
  • ସର୍ଦ୍ଦି, ଜ୍ଵର, କାଶ ଭୋଗୁଥିବା ବ୍ୟକ୍ତିଙ୍କଠାରୁ କର୍ମଚାରୀମାନେ ନିଜକୁ ଦୂରେଇ ରଖନ୍ତୁ।
  • ବର୍ତ୍ତମାନ ପାଇଁ ବାୟୋମେଟ୍ରିକ ଉପସ୍ଥାନ ମେସିନ ବ୍ୟବହାର କରନ୍ତୁ ନାହିଁ।

ବର୍ତ୍ତମାନ କୋରୋନା ଭାଇରସ୍‌ରେ ବିଶ୍ଵର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ଵାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିଛନ୍ତି। ଏହି ଭାଇରସ୍‌ରେ ଭାରତରେ ୩୧ ଜଣ ଆକ୍ରାନ୍ତ ହେବା ପରେ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here