ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ସହର ରାସ୍ତା ଉପରେ ବିଡିଏ ତାର ଜାଲି ମଧ୍ୟରେ ବଢୁଥିଲା ଗଞ୍ଜେଇ ଗଛ। ଏହାର ଫୋଟ ଭାଇରାଲ ହେବା ପରେ କଟାଗଲା ଗଛ।  

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସହରର ରାସ୍ତା ଡିଭାଇଡର ଉପରେ ବଢୁଛି ଗଞ୍ଜେଇ ଗଛ। ଏହି ଗଛକୁ ପୁଣି ତାର ଜାଲିରେ ଘେରାଇଛି ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ(ବିଡିଏ)। ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳେ ଗଞ୍ଜେଇ ଗଛ କଟା ଯାଇଛି।

ଗଞ୍ଜେଇ ଗଛ ଦୀର୍ଘ ୨ ବର୍ଷ ହେଲା ହୃଷ୍ଟପୃଷ୍ଟ ଭାବେ ବଢ଼ିବା ଓ ତାର ଜାଲି ଘେର ଉପରେ ବିଧାୟକଙ୍କ ପାଣ୍ଠିରୁ ଉଲ୍ଲେଖ ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ନେଇ ନେଇ ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ ମଧ୍ୟ ନିରବ ରହିଛନ୍ତି।

ସହର ଭିତରେ ଏତେ ବଡ଼ ଗଞ୍ଜେଇ ଗଛ ଏତେ ଦିନ ହେଲା କିଭଳି ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ ଓ ଅବକାରୀ ଅଫିସରଙ୍କ ସମେତ ଅନ୍ୟ କାହାରି ଦୃଷ୍ଟିରେ ପଡିଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାସହ ଏବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଜନସାଧାରଣ ଦାବି କରିଛନ୍ତି।

Comment