ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ। ବୁଧବାର ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ।
ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବରିଷ୍ଠ ବିଜେଡି ନେତା ଉପସ୍ଥିତ ରହିବେ। ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ୪ ରାଜ୍ୟସଭା ଆସନ ପାଇଁ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ୍ କୁମାର ଏବଂ ମମତା ମହାନ୍ତଙ୍କ ନାମ ଘୋଷଣା କରିଥିଲା ବିଜେଡି।
ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ଦଳ ଏଥର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିନଥିଲା।
ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ପ୍ରାର୍ଥୀମାନେ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ନେଇ ନିର୍ବାଚନ କମିସନର ଘୋଷଣା କରିଥିଲେ।