ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ୧୯ ଦିନ ଧରି ଚାଲି ଡିସେମ୍ବର ୨୨ ତାରିଖରେ ସରିବ। ଶୀତକାଳୀନ ଅଧିବେଶନ ପୂର୍ବରୁ ଡିସେମ୍ବର ୨ ତାରିଖରେ ସର୍ବଦଳୀୟ ବୈଠକ ବସିବ। ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏକାଧିକ ବିଲ୍ ଉପସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ଦେଶରେ ଆଇପିସି, ସିଆରପିସିକୁ ବଦଳାଇ ନୂଆ ଆଇନ ଆଣିବା ପାଇଁ ପ୍ରସ୍ତାବିତ ବିଲକୁ ଏହି ଅଧିବେଶନରେ ଆସିବାର ସମ୍ଭାବନା ରହିଛି। ପୂର୍ବରୁ ଏହା ସଂସଦୀୟ କମିଟି ଦ୍ୱାରା ଅନୁମୋଦନ ହୋଇସାରିଛି।

ଅନ୍ୟପଟେ ଡିସେମ୍ବର ୩ ତାରିଖରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମର ବିଧାନସଭା ନିର୍ବାଚନ ଫଳାଫଳ ଆସିବ। ଏହାର ପରଦିନ ଶୀତ ଅଧିବେଶନ ଆରମ୍ଭ ହେଉଥିବାରୁ ସଂସଦର ଉଭୟ ଗୃହର ମାହୋଲ ସରଗରମ ରହିବାର ସମ୍ଭାବନା ରହିଛି।  

Tags: #Parliament #WinterSession #LokSabha #RajyaSabha #India

LEAVE A REPLY

Please enter your comment!
Please enter your name here