ଓଡ଼ିଶାଲାଇଭ୍‌ ବ୍ୟୁରୋ

 (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଋଷିକୂଲ୍ୟା ନଦୀ ନିକଟସ୍ଥ ସୁବର୍ଣ୍ଣେଶ୍ୱରୀ ମନ୍ଦିର ପାଖରେ ବହୁ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା। ମଙ୍ଗଳବାର ଆସିକା ପୋଲିସ ଏହି ଅଡ୍ଡା ଉପରେ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରିଛି।

ଘଟଣାସ୍ଥଳରୁ ନଗଦ ୧ ଲକ୍ଷରୁ ଅଧିକ ଟଙ୍କା, ୧୦ଟି ବାଇକ, ୧୦ଟି ମୋବାଇଲ ଫୋନ୍‌ ଜବତ କରିଛି ପୋଲିସ।

ଆଜି ୧୦ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆସିକା ପୋଲିସ ସୂଚନା ଦେଇଛି।

Comment