ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଜୁଆ ଅଡ୍ଡା ଉପରେ ଚଢ଼ାଉ କଲା ଜୟପୁର ସଦର ଥାନା ପୋଲିସ। ଜୟପୁର ସଦର ଥାନା ଅନ୍ତର୍ଗତ ଦାମାପୁଟଠାରେ ଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି ୬ ଜଣ ଜୁଡାଡ଼ିଙ୍କୁ ଗିରଫ କରିଛି।

କୋରାପୁଟ ଏସ ପି ମୁକେଶ କୁମାର ଧାମୁ ଓ ଜୟପୁର ଏସଡିପିଓ ହରେ କୃଷ୍ଣ ମାଝିଙ୍କ ନିର୍ଦ୍ଦେଶରେ ଏହି ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ପରେ ପ୍ରାୟ ୧ ଲକ୍ଷ ୫୬ ହଜାର ୩ ଶହ ଟଙ୍କା, ୮ଟି ମୋବାଇଲ ଜବତ କରଛି ପୋଲିସ।

ଗିରଫ ଜୁଆଡ଼ିଙ୍କୁ ପୋଲିସ୍‌ କୋର୍ଟ ଚାଲାଣ କରିଛି।

Comment