ଓଡ଼ିଶାଲାଇଭ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ୬୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୪ ଲକ୍ଷ ୩ ହଜାର ୯୬୦ ଟଙ୍କା ଓ ୨୮ଟି ମୋବାଇଲ ସମେତ ବିଭିନ୍ନ ଜୁଆ ଖେଳ ସରଞ୍ଜାମ ଜବତ କରିଛନ୍ତି ମୟୂରଭଞ୍ଜ ପୋଲିସ।

ତେବେ ଜିଲ୍ଲାରେ ସର୍ବାଧିକ ଜୁଆ ଖେଳ ମାମଲା ରାଇରଙ୍ଗପୁର ଉପଖଣ୍ଡରେ ୯ଟି ରୁଜୁ କରାଯାଇଥିବା ବେଳେ ବାରିପଦା ଉପଖଣ୍ଡରେ ୫ଟି, ବେତନଟୀ ଓ ଉଦଳା ଉପଖଣ୍ଡରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି।

ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନର ଏହି ପଦକ୍ଷେପ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଜୁଆଡ଼ିମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Comment