ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ବୈପାରୀଗୁଡାରେ ଏକ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ କରିଛିl ଚଢ଼ାଉ କରି ଘଟଣାସ୍ଥଳରୁ ୬ ଜଣ ଯୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ଏଥିସହ ୩ଟି କୁକୁଡ଼ା, ୩ଟି ଛୁରୀ, ୩ଟି ମୋବାଇଲ ଫୋନ, ୩ଟି ମୋଟର ସାଇକଲ ଏବଂ ୧୫ଶହ ଟଙ୍କା ଜବତ କରିଛି ପୋଲିସ।

ମଙ୍ଗଳବାର ବୈପାରୀଗୁଡା ପୋଲିସ ପକ୍ଷରୁ ଧଉଡ଼ାଗୁଡାରେ କୁକୁଡ଼ା ଲଢେ଼ଇ ଚାଲିଥିବା ବେଳେ ଚଢ଼ାଉ କରି ଯୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ପୁଣି ବୁଧବାର ଆଉ ଏକ ଆଡ୍ଡାରେ ଚଢ଼ାଉ କରି ଯୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Comment