ଓଡ଼ିଶାଲାଇଭ ବ୍ୟୁରୋ

lootera

ଏକ ବଡ଼ ଲୁଟ୍ ଯୋଜନାକୁ ପଣ୍ଡ କରିଛି ଜୟପୁର ସଦର ପୋଲିସ। ଏହାସହ ଲୁଟରେ ସାମିଲ ଥିବା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମର ଶ୍ରୀଧର ମହାପାତ୍ରକୁ ଗିରଫ କରିଛି ପୋଲିସ। ଗିରଫ ଶ୍ରୀଧରଠାରୁ ପୋଲିସ ଦେଶି ପିସ୍ତଲ ମୋବାଇଲ ଫୋନ ଜବତ କରିଛି।

କିଛି ଲୁଟେରା ଜାତୀୟ ରାଜପଥ ୨୬ରେ ଟ୍ରକ ଲୁଟ୍‌ କରିବାକୁ ଯୋଜନା କରୁଥିବା ଖବର ପାଇ ଏସଆଇ ଏମ.ଡି ନାୟକ ଅନ୍ୟ ପୋଲିସ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ ପୋଲିସ ଜଣକୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ଶିବ ଶଙ୍କର ସାହୁ ସୂଚନା ଦେଇଛନ୍ତି।

Comment