ଓଡ଼ିଶାଲାଭ୍ ବ୍ୟୁରୋ

ଜୟପୁରରେ ମଙ୍ଗଳବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ଜୟପୁର ପୋଲିସ। ଏହି ଘଟଣାରେ ପୋଲିସ ୧୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ୨୧ଟି ବାଇକ୍, ୧୦ଟି ସାଇକେଲ ଏବଂ ନଗଦ ୩,୪୩୦ ଟଙ୍କା ଜବତ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସମଦାସପୁଟର ଚୈତନ୍ୟ ହରିଜନ, ସିରାଗୁଡା ଗ୍ରାମର ଗୁରୁ ନାଥ ହରିଜନ, ଫାମ୍ପୁଣି ଗ୍ରାମର ଘାସି ରାମ ବାଘ, ଜୟ ହରିଜନ, ତାଟିବେଡା ଗ୍ରାମର ଧନିଆ ହରିଜନ, ଦୋରାଗୁଡାର ଘସି ରାମ ହରିଜନ, ଫାମ୍ପିଣି ଗ୍ରାମର କ୍ରିଷ୍ଣା ବାଘ, ଭଗବାନ ଗୌଡ, ରାଣିପୁଟ ଗ୍ରାମର ତ୍ରିନାଥ ମୁଦୁଲି, ବେଢାପାଉନି ଗ୍ରାମର ଝୁନୁ ଭତ୍ରା। ଗିରଫ ପରେ ଏ ସମସ୍ତଙ୍କୁ କୋର୍ଟ ଚାଲାମ କରାଯାଇଛି।ମଙ୍ଗଳବାର ଜୟପୁର ସଦର ଥାନା ବାର୍ଲାହାଣ୍ଡି ଖେଳ ପଡିଆରେ ଜୁଆ ଖେଳ ଚାଲୁଥିବା ବେଳେ ହଠାତ୍ ପୋଲିସ ସେଠାରେ ଚଢାଉ କରିଥିଲା। ସେଠାରେ ପ୍ରାୟ ୪୦ ଜଣ ବ୍ୟକ୍ତି ଜୁଆ ଖେଳୁଥିଲେ। ମାତ୍ର ପୋଲିକୁ ଦେଖି ଅଧାରୁ ଅଧିକ ଲୋକ ଦୌଡ଼ିବାକୁ ଲାଗିଲେ କିନ୍ତୁ ପୋଲିସ କୌଶଳକ୍ରମେ ୧୦ ଜଣଙ୍କୁ କାବୁ କରିନେଇଥିଲା।ପୋଲିସର ସୂଚନା ମୁତାବକ ପ୍ରତ୍ୟେକ ଜୁଆଡ୍ଡି ଠାରୁ ୫ ଶହ ଟଙ୍କା ନେଇ ୪ ଜଣ ଜୁଆଡ୍ଡି ଖେଳ ପକାଇଥିଲେ। ସେମାନେ ହେଲେ ଘିଉରି ଗ୍ରାମର ମାଧବ ବିଷୋୟୀ, ବାର୍ଲାହାଣ୍ଡିର ଗୋବିନ୍ଦ ମାଣ୍ଡି, ଫାମ୍ପୁଣର ନରିସିଂହ ଗୌଡ ଏବଂ ଧନପତି ଗୌଡ। ଏହି ୪ଜଣ ପୋଲିସଠାରୁ ଖସି ପଳାଇଥିବା ବେଳେ ଏମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ କହିଛନ୍ତି।

Comment