ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍‌ନି ଦିବସ ଭାବେ ପାଳନ କରିଆସୁଛି। ପ୍ରତିବର୍ଷ କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି।

ପ୍ରତିଟି ମଣିଷ ଚାହେଁ ତା’ର କିଡ୍‌ନି ସୁସ୍ଥ ରହୁ। କିଡ୍‌ନି ଆମ ଶରୀରରେ ଫିଲଟର ଭଳି କାମ କରିଥାଏ। କିଡ୍‌ନି ଶରୀରରୁ ବର୍ଜ୍ୟବସ୍ତୁ ତଥା ଟକ୍ସିକ୍‌ ପରିସ୍ରା ବାଟେ ବାହାର କରିଥାଏ।

ସାଧାରଣତଃ କିଡନି ୫୦ ପ୍ରତିଶତ ଖରାପ ହେବା ପରେ ହିଁ ଜଣାପଡ଼ିଥାଏ। ମଧୁମେହ ରୋଗୀ କିମ୍ବା ହାଇ ବ୍ଲଡପ୍ରେସର ରୋଗୀଙ୍କର କିଡନି ଖରାପ ହେବାର ବେଶୀ ସମ୍ଭାବନା ଥାଏ। ମାତ୍ରାଧିକ ପେନକିଲର ସେବନ ଦ୍ୱାରା ମଧ୍ୟ ପ୍ରଭାବ ପଡ଼ିଥାଏ। ମଦ୍ୟପାନ କରୁଥିବା କିମ୍ବା ଧୂମପାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ କିଡନୀ କାମ କରି ନଥାଏ। ପାଣି କମ ପିଇବା ଦ୍ୱାରା ମଧ୍ୟ ଆମ ଶରୀରରେ କିଡନୀଷ୍ଟୋନ ହୋଇଥାଏ।

୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ନିୟମିତ କିଡ୍‌ନି ପରୀକ୍ଷା କରାଇ ନିଅନ୍ତୁ।

ସନ୍ତୁଳିତ ଖାଦ୍ୟ ଖାଆନ୍ତୁ

ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନିକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ।

ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ

ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନି ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ। ଧୂମପାନ କରୁଥିବା ଲୋକଙ୍କ କିଡନି ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ। ତେବେ ଏଥିପାଇଁ ଧୂମପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

Comment