ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍‌ କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିରେ ମୋହର ମାରିଛି। ମାର୍ଚ୍ଚ ମାସ ଦରମାରୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦିଆଯିବ।

ସରକାରୀ କର୍ମଚାରୀଙ୍କ ରହିବା ଏବଂ ଖାଇବା ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ପ୍ରଦାନ କରିଥାନ୍ତି। ଗତ କିଛି ମାସ ହେଲା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ କର୍ମଚାରୀମାନେ ଦାବି କରି ଆସୁଥିଲେ। ଏଣୁ କେନ୍ଦ୍ର କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଗତ ଜାନୁଆରି ପହିଲାରୁ ପିଛିଲା ଭାବେ ଏହି ବର୍ଦ୍ଧିତ ଭତ୍ତା ଲାଗୁ କରାଯିବ।

ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ଫଳରେ ୪୮ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ।

Comment