ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଫିଲ୍ମ ସମସ୍ତଙ୍କୁ ପସନ୍ଦ। ବଲିଉଡ୍‌ ଫିଲ୍ମରେ ହିରୋମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ହେଲେ ଏବେବି ଅନେକ ଦର୍ଶକ ଜାଣି ନଥିବେ ଯେ ଗୋଟିଏ ଫିଲ୍ମକୁ କେଉଁ କଳାକାର କେତେ ଟଙ୍କା ନେଉଛନ୍ତି। ଆଜି ସେମିତି କିଛି ଆଗ ଧାଡ଼ିର ଅଭିନେତାଙ୍କ କଥା ଆଲୋଚନା କରିବା।

ସଲମାନ ଖାନ୍‌ – ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ବଲିଉଡରେ ବେଶ୍‌ ଦବଦବା ରହିଛି। ଅଭିନୟ କ୍ଷେତ୍ରରେ ସେ ବେଶ୍‌ ସଫଳତା ସାଉଣ୍ଟିଛନ୍ତି। ରିପୋର୍ଟ ଅନୁସାରେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ସେ ୬୦ କୋଟିରୁ ଅଧିକ ଟଙ୍କା ନେଇଥାନ୍ତି।

ଅମିର ଖାନ – ଅଭିନେତା ଅମିର ଖାନ ବଲିଉଡକୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ପ୍ରତି ଫିଲ୍ମକୁ ଅମିର ପ୍ରାୟ ୫୦ରୁ ୬୦ କୋଟି ଟଙ୍କା ନେଇଥାନ୍ତି।

ଅକ୍ଷୟ କୁମାର– ବଲିଉଡ ଖିଲାଡି କୁମାର ଅକ୍ଷୟ ବି ଫିସ୍‌ ନେବା ମାମଲାରେ ପଛରେ ନାହାନ୍ତି। ମିଡିଆ ରିପୋର୍ଟ ଅନୁସାରେ ଅକ୍ଷୟ ଗୋଟିଏ ଫିଲ୍ମକୁ ୪୦ରୁ ୫୦ କୋଟି ଟଙ୍କା ନେଇଥାନ୍ତି।

ସେହିପରି ଶାହରୁଖ୍‌ରୁ ୪୦ ରୁ ୪୫ କୋଟି, ହ୍ରିତିକ ରୋଶନ ୩୦ରୁ ୪୦ କୋଟି, ଅଜୟ ଦେବଗନ ବି ୩୦ରୁ ୪୦ କୋଟି ଟଙ୍କା ନେଇଥାନ୍ତି।

ଅଭିନେତା ରଣବୀର କପୁର ପୂର୍ବରୁ ୨୦ କୋଟି ଟଙ୍କା ନେଉଥିଲେ। ଏବେ ସେ ତାଙ୍କ ଫିସ୍‌ ବୃଦ୍ଧି କରି ୩୦ କୋଟି ନେଉଛନ୍ତି। ସେହିପରି ରଣବୀର ସିଂହ ଏବେ ୧୫ରୁ ୧୮ କୋଟି ଟଙ୍କା ନେଉଛନ୍ତି।

Comment