ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଭଞ୍ଜନଗର କଲେଜର ଜଣେ ପୂର୍ବତନ ଅଧ୍ୟକ୍ଷଙ୍କ ଘରୁ ଲୁଟ୍‌। ଅଳଙ୍କାର ସଫା କରିବା ନାଁରେ ଅଧ୍ୟକ୍ଷକଙ୍କ ପତ୍ନୀଙ୍କ ସୁନା ହାର ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ। ଏନେଇ ଅଧ୍ୟକ୍ଷକଙ୍କ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଛି।

ପ୍ରଥମେ ଦୁର୍ବୃତ୍ତମାନେ ପିତ୍ତଳ ଢାଳ ସଫା କରି ପରେ ପୂର୍ବତନ ଅଧ୍ୟକ୍ଷଙ୍କ ପତ୍ନୀଙ୍କ ରୂପା ପାଉଁଜି ମାଗି ଚକଚକ ସଫା କରିଦେଲେ। ପରେ କେମିକାଲ ପକାଇବାକୁ କହି ସୁନା ହାର ମାଗିଥିଲେ। ସୁନା ହାରକୁ ଏକ କାଗଜ ପୁଡ଼ିଆରେ ରଖି ଅଧ୍ୟକ୍ଷକଙ୍କ ପତ୍ନୀଙ୍କୁ ଦେଇଥିଲେ। ଅଧ ଘଣ୍ଟା ପରେ ଖୋଲିବେ କହି ସେଠାରୁ ପଳାଇଲେ। କିନ୍ତୁ ପରେ ଦେଖିବା ବେଳକୁ କାଗଜ ପୁଡ଼ିଆରେ ସୁନା ହାର ବଦଳରେ ଲୁହ ପାତିଆ ଥିଲା।

ପୂର୍ବତନ ଅଧ୍ୟକ୍ଷ ଦୁର୍ବୃତ୍ତମାନଙ୍କୁ ବହୁତ ଖୋଜିଥିଲେ, ପରେ ନ ପାଇବାରୁ ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଅଭିଯୋଗ ପାଇବା ପରେ ଛାନ୍‌ଭିନ୍‌ ଆରମ୍ଭ କରିଛି।

Comment