ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରରେ ରକ୍ତର ଅଭାବ ଦେଖାଦେଲେ ଆନେମିଆ ହୋଇଥାଏ। ସାଧାରଣତଃ ରକ୍ତରେ ଆର୍‌ବିସି ବା ଲୌହ ରକ୍ତକଣିକା ଓ ହିମୋଗ୍ଲୋବିନ୍‌ର ଅଭାବ ଦେଖାଦେଲେ ଆନେମିଆ ହୋଇଥାଏ।

ଶରୀର ପାଇଁ ଆଇରନ୍‌ ବା ଲୌହ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଶରୀରରେ ଆଇରନ୍‌ର ଅଭାବ ଦେଖାଦେଲେ ବିଭିନ୍ନ ରୋଗ ମୁଣ୍ଡ ଟେକିଥାଏ। ରକ୍ତରେ ଲୋହିତ ରକ୍ତ କଣିକା ଅଭାବ ଦେଖାଦେଲେ ଆନେମିଆ ହୋଇଥାଏ।

ସାଧାରଣତଃ ମହିଳା ଓ ପୁରୁଷମାନଙ୍କ କ୍ଷେତ୍ରରେ ଅଲଗା ଅଲଗା ପରିମାଣର ରକ୍ତକଣିକା ରହିଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ:

ମହିଳାମାନଙ୍କ କ୍ଷେତ୍ରରେ ୧୨.୧ରୁ ୧୫.୧ gm/dl

ପୁରୁଷମାନଙ୍କ କ୍ଷେତ୍ରରେ: ୧୩.୮ରୁ ୧୭.୨ gm/dl

ପିଲାମାନଙ୍କ କ୍ଷେତ୍ରରେ: ୧୧ରୁ ୧୬ gm/dl

ଗର୍ଭବତୀମହିଳାଙ୍କେ କ୍ଷେତ୍ରରେ: ୧୧ରୁ ୧୫.୧ gm/dl

ଲକ୍ଷଣ

ଥକ୍କା ଲାଗିବା

ଶକ୍ତି ବା ଏନର୍ଜିର ଅଭାବ

ମୁଣ୍ଡ ବିନ୍ଧା

ବରଫ, ପେପର ଓ ମାଟି ଆଦି ଖାଇବାକୁ ଇଛା କରିବା

ଅତ୍ୟଧିକ କେଶ ଝଡ଼ିବା

ଖାଦ୍ୟ ଗିଳିବାରେ ଅସୁବିଧା

ନଖ ଭାଙ୍ଗିଯିବା

ଆଖିର ରଙ୍ଗ ହଳଦିଆ ଦେଖାଯିବା।

କ’ଣ ଖାଇଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ?

ସବୁଜ ପନିପରିବା, ପାଳଙ୍ଗ, ବିନ୍ସ, ବାଦାମ, ମାଂସ, ଆପ୍ରିକୋଟ୍‌, କିସ୍‌ମିସ୍‌, କ୍ଷୀର, ଅଣ୍ଡା, କମଳା, କଦଳୀ ଆଦି ଦିନ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ଆନେମିଆ ଦୂର ହୋଇଥାଏ।

କିନ୍ତୁ ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇ ନେବା ଉଚିତ୍‌। ଯଦି ଆନେମିଆ ବା ଅନ୍ୟ କିଛି ସମସ୍ୟା ଥାଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

Comment