ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍କୁ ନେଇ କମିସନରେଟ୍ ପୋଲିସ ଜାରି କରିଛି ଗାଇଡ୍ଲାଇନ୍। ଏହି ଅନୁସାରେ ଟୁଇନ୍ ସିଟିରେ ସମସ୍ତ ସପିଙ୍ଗ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସମସ୍ତ ଦୋକାନ ଖୋଲା ରହିବ। ଗ୍ରୋସରୀ, ପରିବା, ଫଳ, କ୍ଷୀର ଓ ଔଷଧ ଦୋକାନ ଖୋଲା ରହିବ।
ଏହି ଗାଇଡ୍ଲାଇନ୍ ପାଳନ ହେଉଛି ନା ନାହିଁ ଏହାକୁ ପୋଲିସ ଅଧିକାରୀମାନେ ତଦାରଖ କରିବେ। ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରୁରୀ ସାମଗ୍ରୀ ପାଇଁ ଲୋକମାନଙ୍କ ପାଇଁ ସବୁ ଦୋକାନ ଖୋଲା ରହିବ।
କରୋନା ଭାଇରସ୍ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି। କଟକ-ଭୁବନେଶ୍ଵରରେ ସପିଂ ମଲ୍, ସିନେମା ହଲ୍, ସୁଇମିଙ୍ଗ ପୁଲ୍ ଓ ଜିମ୍ ଆଦିକୁ ବନ୍ଦ କରି ଦିଆଯାଇଛି।
ଏଯାଏଁ ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଭାରତରେ ମଧ୍ୟ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।