ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଜନକୁ ନେଇ ସମସ୍ତେ ଚିନ୍ତିତ ରୁହନ୍ତି। ଅଧିକାଂଶ ବ୍ୟକ୍ତି ଓଜନ କମ୍‌ କରିବା ପାଇଁ ବିଭିନ୍ନ ମେଡିସିନ୍‌, ବିଭିନ୍ନ କମ୍ପାନିର ଖାଦ୍ୟ ବ୍ୟବହାର କରିଥା’ନ୍ତି। ହେଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ସେମାନଙ୍କୁ ଆହୁରି ଅସୁବିଧାରେ ପକାଇଥାଏ। ଜାଣନ୍ତୁ, ପ୍ରାକୃତିକ ଉପାୟରେ ଓଜନ କମ୍‌ କରିବା ସହ ସୁସ୍ଥ ରହିବାର ଟିପ୍ସ।

୧-ଘରେ ଓ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟକର ଜଳଖିଆ ରଖନ୍ତୁ

ସ୍ୱାସ୍ଥ୍ୟକର ଜଳଖିଆର ଉଦାହରଣ ହେଉଛି କାଜୁ, ଆଲମଣ୍ଡ, କିସ୍‌ମିସ୍‌ ଇତ୍ୟାଦି, ଫଳ, କଞ୍ଚା ଖିଆଯାଉଥିବା ପରିବା ସାଲାଡ୍ ଇତ୍ୟାଦି ଖାଇବାର ଅଭ୍ୟାସ କରନ୍ତୁ।

୨- ଅଧିକ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ତେଣୁ ଜଣେ ବ୍ୟକ୍ତି ଅଧିକ ଅଣ୍ଡା, ଚିକେନ୍, ମାଛ, ବିନ୍ସ, ଛେନା, ଖାଇବା ଉଚିତ। ଏହି ସମସ୍ତ ଖାଦ୍ୟ ପ୍ରୋଟିନ୍‌ରେ ସମୃଦ୍ଧ ହୋଇଥାଏ ଏବଂ ଅପେକ୍ଷାକୃତ ଭାବେ କମ୍ ପରିମାଣର ଫ୍ୟାଟ୍ ଧାରଣ କରେ।

୩- ଚିନି ପକାଇ ଖାଇବା ଏଡ଼ାନ୍ତୁ। ଚିନି ଖାଇବା ଛାଡ଼ିବା ସହଜ ହୋଇନଥାଏ କିନ୍ତୁ ପ୍ରଥମେ ମିଠା ଜିନିଷ ଖାଇବା ବନ୍ଦ କରନ୍ତୁ।

୪- ଯଥେଷ୍ଟ ପାଣି ପିଅନ୍ତୁ। ପାଣିରେ କୌଣସି କ୍ୟାଲୋରୀ ନଥାଏ ଏବଂ ଶରୀରକୁ ସୁସ୍ଥ ରଖେ।

୫-  ରିଫାଇଣ୍ଡ୍ କାର୍ବୋହାଇଡ୍ରେଟ୍ ଏଡ଼ାଇବା। ଅରୁଆ ଭାତ, ମଇଦା, ପାଉଁରୁଟି, ବହୁ ପ୍ରକାରର ଶସ୍ୟ, ଚିନି, ମିଠା ଜିନିଷ ଇତ୍ୟାଦି ଓଜନ ବଢ଼ିବାର କାରଣ ହୋଇଥାଏ। ତେଣୁ ଅରୁଆ ଭାତ ବଦଳରେ ଉଷୁନା ଭାତ ଓ ଗହମ ତିଆରି ପାଉଁରୁଟି ବାଛନ୍ତୁ।

୬- ଅଧିକ ଫଳ ଓ ପନିପରିବା ଖାଇବା ଶରୀରର ଓଜନ କମ୍ କରିଥାଏ।

୭- କାର୍ବୋହାଇଡ୍ରେଟ୍ ଯେପରିକି ଚିନି, ଭାତ, ରୁଟି ଇତ୍ୟାଦି ଅଧିକ ଖାଇବା ଏଡ଼ାନ୍ତୁ।

୮- ନିୟମିତ ବ୍ୟାୟାମ କରିବା ଶରୀରକୁ ସୁସ୍ଥ ରଖେ। ଅଧିକାଂଶ ବ୍ୟକ୍ତି ନିୟମିତ ଭାବରେ ବ୍ୟାୟାମ କରନ୍ତି ନାହିଁ ଏବଂ ସେମାନଙ୍କର କାର୍ଯ୍ୟ ମଧ୍ୟ ଶାରୀରିକ ଶ୍ରମ ଜଡ଼ିତ କରେ ନାହିଁ। ତେଣୁ ନିୟମିତ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ।

୯- ଖାଦ୍ୟରେ ଲଙ୍କା ସାମିଲ୍ କଲେ ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଲଙ୍କାରେ ଥିବା କ୍ୟାପ୍‌ସାଇସିନ୍‌ର ଓଜନ ହ୍ରାସ ଉପରେ ଅନୁକୂଳ ପ୍ରଭାବ ରହିଥାଏ।

୧୦- ଯଥେଷ୍ଟ ଶୁଅନ୍ତୁ। ମେଦବହୁଳତା ବା ଓଜନ ବୃଦ୍ଧିର ଅନ୍ୟତମ କାମ ହୋଇଥାଏ ନିଦ୍ରାର ଅଭାବ। ଯଥେଷ୍ଟ ଶୋଇବା ଫଳରେ ମଧ୍ୟ ଓଜନ ନିୟନ୍ତ୍ରଣରେ ରହିଥାଏ।

Comment