ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସନ୍ଦେହରେ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଛନ୍ତି ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଭିନିଲ୍ କ୍ରିଷ୍ଣା। ସରକାରଙ୍କ ତରଫରୁ ଜାରି ହୋଇଥିବା ଅନ୍ଲାଇନ୍ ଓ୍ଵେବସାଇଟ୍ରେ ରେଜିଷ୍ଟ୍ରେସନ ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କ ପାଖରେ କରୋନା ଭାଇରସ୍ର କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ପଞ୍ଜିକରଣ କରିଥିବା ନେଇ ଭିଡିଓ କରି ସେୟାର କରିଛନ୍ତି।
ଏହି ଭିଡିଓରେ ଭିନିଲ୍ କ୍ରିଷ୍ଣା କହିଛନ୍ତି, “ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ମୁଁ ଆଜି ରେଜିଷ୍ଟ୍ରେସନ କରିଛି। ବିଦେଶରୁ ଫେରିଲା ପରେ ମୁଁ ସୁସ୍ଥ ଥିଲେ ମଧ୍ୟ ଏହି ରେଜିଷ୍ଟ୍ରେସନ କରି ହୋମ୍ କ୍ଵାରେଣ୍ଟାଇନ୍ରେ ରହିଛି। ତେଣୁ ସରକାଙ୍କ ଗାଇଡ୍ଲାଇନ୍ ପାଳନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”
ଭିନିଲ୍ କ୍ରିଷ୍ଣାଙ୍କ ସହ ଗଜପତି ମହାରାଜା ଓ ଅନ୍ୟ ୫୪୫ ଜଣ ମଧ୍ୟ ସରକାରଙ୍କ ଓ୍ଵେବସାଇଟ୍ରେ ପଞ୍ଜିକରଣ କରିଛନ୍ତି। ଗଜପତି ମହାରାଜା ମଧ୍ୟ ପରିବାର ସହ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଛନ୍ତି।
ଓଡ଼ିଶାରେ କରୋନା ଭାଇରସ୍ ପାଇଁ ସରକାର କଟକଣା ଜାରି କରିଛନ୍ତି। ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ପଞ୍ଜିକରଣ ପାଇଁ ସରକାର ଏକ ଓ୍ଵେବସାଇଟ୍ ଜାରି କରିଛନ୍ତି। ଏହା ଦ୍ଵାରା ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି ସରକାର।


















