ଓଡ଼ିଶାଲାଇଭ୍ ବ୍ୟୁରୋ

ମିନିଷ୍ଟ୍ରି ଅଫ୍ କୋଲ୍ ଅଧୀନରେ ଲିଗାଲ ଆସିଷ୍ଟାଣ୍ଟ, ସିନିୟର ଇନଭେଷ୍ଟିଗେଟର ଏବଂ ଅପର୍ ଡିଭିଜନ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ଆବେଦନ କରିପାରିବେ।

ଲିଗାଲ ଆସିଷ୍ଟାଣ୍ଟ- ଗୋଟିଏ ପଦବୀ:

  • ଯୋଗ୍ୟତା- କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ। ଲ’ ରେ ଡିଗ୍ରୀ ହାସଲ କରିବା ସହ ଲିଗାଲ ଓ୍ୱାର୍କରେ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ।
  • ବୟସ- ମେ ୫ତାରିଖ ସୁଦ୍ଧା ଅତିବେଶିରେ ୫୬ ବର୍ଷ ହୋଇଥିବ।
  • ଦରମା-୩୫, ୪୦୦ରୁ ୧,୧୨,୪୦୦ ଟଙ୍କା

ସିନିୟର ଇନଭେଷ୍ଟିଗେଟର- ଗୋଟିଏ ପଦବୀ:

  • ଯୋଗ୍ୟତା – କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଉଚ୍ଚସ୍ତରୀୟ ପଦବୀରେ କାର୍ଯ୍ୟ କରୁଥିବା ଆବଶ୍ୟକ।
  • ବୟସ- ମେ ୫ତାରିଖ ସୁଦ୍ଧା ଅତିବେଶିରେ ୫୬ ବର୍ଷ ହୋଇଥିବ।
  • ଦରମା- ୩୫, ୪୦୦ରୁ ୧,୧୨,୪୦୦ ଟଙ୍କା

ଅପର ଡିଭିଜନ କ୍ଲର୍କ-୧୩ଟି ପଦବୀ:

  • ଯୋଗ୍ୟତା- କେନ୍ଦ୍ର ସରକାରଙ୍କ ଅଧୀନରେ ସମ୍ମାନଜନକ ପଦବୀରେ କାର୍ଯ୍ୟ କରୁଥିବେ ବା ନିମ୍ନ ବିଭାଗ କିରାଣୀ ପଦବୀରେ ଅତିକମରେ ୮ ବର୍ଷ କାର୍ଯ୍ୟ କରିଥିବେ।
  • ବୟସ- ମେ ୫ତାରିଖ ସୁଦ୍ଧା ଅତିବେଶିରେ ୫୬ ବର୍ଷ ହୋଇଥିବ।
  • ଦରମା- ୨୫,୫୦୦ରୁ ୮୧,୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୬୦ ଦିନ ମଧ୍ୟରେ ନିଜର ଆବେଦନପତ୍ର ନିମ୍ନଲିଖିତ ଠିକଣାକୁ ପଠାଇପାରିବେ।

ଠିକଣା- ଶ୍ରୀ ସଦାନନ୍ଦ ମୁଖର୍ଜୀ, ଡେପୁଟୀ ଆସିଷ୍ଟାଣ୍ଟ କୋଲ୍ କଣ୍ଟ୍ରୋଲର, ଅଫିସ ଅଫ୍ ଦି କୋଲ୍ କଣ୍ଟ୍ରୋଲର, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ୧, କାଉନସିଲ ହାଉସ ଷ୍ଟ୍ରିଟ୍, କଲିକତା- ୭୦୦୦୦୧

ଅଧିକ ସୂଚନା ପାଇଁ coalcontroller.gov.in ରେ ଲଗ୍ଇନ୍ କରନ୍ତୁ।

source: www.chakiri.plus

Comment