ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କଲେ ସୁପ୍ରିମକୋର୍ଟ। ଫାଶୀରୁ ବଞ୍ଚିବାକୁ ପବନ ସୁପ୍ରିମ୍‌ମୋର୍ଟରେ ପିଟିସନ୍‌ ଦାଖଲ କରିଥିଲା।

ପିଟିସନ୍‌ରେ ସେ ଦାବି କରିଥିଲା ଯେ ୨୦୧୨ରେ ଏହି ଅପରାଧ ବେଳେ ସେ ନାବାଳକ ଥିଲା। ଫଳରେ ତା’ର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ।

ପୂର୍ବରୁ ପବନ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଥିଲେ।

ତେବେ ରାତିପାହିଲେ ନିର୍ଭୟା ଦୋଷୀମାନଙ୍କୂ ଫାଶୀ। ଚତୁର୍ଥ ଥର ଲାଗି ଡେଥ୍‌ ଓ୍ୱାରେଣ୍ଟ ଜାରି ହୋଇସାରିଛି। ପୂର୍ବରୁ ୩ ଥର ଡେଥ୍‌ ଓ୍ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଆସନ୍ତାକାଲି ଫାଶୀ ଦିଆଯିବ କି ନାହିଁ ଏନେଇ ଏବେ ଆଶଙ୍କା ସୃଷ୍ଟି ହେଉଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ତ୍ତମାନ ପୁଣି ଚତୁର୍ଥ ଡେଥ୍‌ ଓ୍ଵାରେଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥର ମଧ୍ୟ ଫାଶୀ ହେବ କି ନାହିଁ? ତାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି।

Comment