ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାର ଭୟାବହତା ଏବେ ବଢ଼ି ଚାଲିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଗୋଟିଏ ଜାଗାରେ ୭ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଥିବା ବେଳେ ସରକାରୀ ଅଫିସରେ କୌଣସି ବୈଠକ ହୋଇପାରିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।

କେବଳ କରୋନା ମୁକାବିଲା ସମ୍ପର୍କତ ବୈଠକକୁ ଛାଡ଼ିଦେଲେ ଆଉ କୌଣସି ବୈଠକ ହୋଇ ପାରିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ଏହାସହ କୌଣସି ଜୟନ୍ତୀ ସମାରୋହ କିମ୍ବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇପାରିବନି ବୋଲି ଶ୍ରୀ ବାଗ୍‌ଚି ସୂଚନା ଦେଇଛନ୍ତି। ଗୋଟିଏ ଜାଗାରେ ୭ରୁ ଅଧିକ ଲୋକ ଏକାଠି ହେବେନି ବୋଲି ସରକାର କଟକଣା ଜାରି କରିଛନ୍ତି।

Comment