ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଘୁଞ୍ଚିଲା ଆୟକର ଦାଖଲର ଶେଷ ତାରିଖ। ଏହାକୁ ଜୁନ୍ ୩୦ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏହାସହ ଟିଡିଏସ୍ ଜମା ଅବଧିକୁ ମଧ୍ୟ ଜୁନ୍ ୩୦ ଯାଏଁ ବୃଦ୍ଧି କରାଯାଇଛି। ଟିଡିଏସ୍ ବିଳମ୍ଵିତ ଜମା ପାଇଁ ସୁଧକୁ ୧୮ ପ୍ରତିଶତରୁ ୯ ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।
କରୋନା ସମ୍ବନ୍ଧରେ ଲୋକ ଏବଂ ବ୍ୟବସାୟ ଜଗତକୁ ଆରାମ ଦେବା ପାଇଁ ସରକାର ଖୁବ୍ ଶୀଘ୍ର ରିଲିଫ୍ ପ୍ୟାକେଜ୍ ଦେବେ। ମାର୍ଚ୍ଚ ୩୧ରୁ ଜୁନ୍ ଶେଷ ପର୍ଯ୍ୟନ୍ତ ସମସ୍ତ ଟିକସ ସମ୍ବନ୍ଧୀୟ ସମସ୍ୟାର ଅନୁପାଳନ ପାଇଁ ସରକାର ସମୟ ବଢ଼ାଇ ଦେଇଛନ୍ତି। ଆଧାର-ପାନ୍ ଲିଙ୍କ୍ ପାଇଁ ସମୟ ମଧ୍ୟ ୩୦ ଜୁନକୁ ବୃଦ୍ଧି କରାଯାଇଛି।