ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଦେଖି ମାର୍ଚ୍ଚ ୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନିର୍ବାଚନ କମିଶନ ସ୍ଥଗିତ ରଖିଛନ୍ତି। ରାଜ୍ୟସଭାର ୫୫ ଆସନ ପାଇଁ ଆସନ୍ତା ଗୁରୁବାର ଦିନ ନିର୍ବାଚନ ହେବା ସ୍ଥିର କରାଯାଇଥିଲା। କରୋନା ଯୋଗୁଁ ତାହା ସମ୍ଭବ ହେବନାହିଁ ବୋଲି ଅନୁଭବ କରିବା ପରେ କମିସନ ଏହାକୁ ବାତିଲ କରିଦେଇଛି। ତେବେ ନିର୍ବାଚନ ପୁଣି କେବେ ହେବ ସେ ନେଇ ଦିନ ପରେ ସ୍ଥିର କରାଯିବ।

ଆଜି ନିର୍ବାଚନ କମିସନର ଏକ ପୂର୍ଣ୍ଣାଙ୍ଗ ବୈଠକ ହୋଇଥିଲା। ଏବେ ଦେଶରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ସଦସ୍ୟମାନେ ମତ ଦେଇଥିଲେ। ଭୋଟିଂ ହେଲେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେବ ଯାହାକି ବର୍ତ୍ତମାନ ସମୟରେ ଠିକ୍‌ ନୁହେଁ। ଏଣୁ ନିର୍ବାଚନ ସ୍ଥଗିତ ରଖାଯାଇଛି ବୋଲି କମିସନ ପକ୍ଷରୁ କୁହାଯାଇଛି।

Comment